ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ

ମାଲକାନଗିରି – ୬ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସନ୍ଦିପର ଘର ବିହାରର ଗୟା ଜିଲ୍ଲାରେ।ସନ୍ଦିପ ବିରୋଧରେ ଓଡିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ରେ ୫୦୦ରୁ ଅଧିକ ମାମଲା ରହିଛି। ବିଭିନ୍ନ ରାଜ୍ୟରେ ସନ୍ଦୀପ ବିରୋଧରେ ରହିଥିବା ପୁରସ୍କାର ରାଶିକୁ ମିଶାଇଲେ ପ୍ରାୟ ୮୪ ଲକ୍ଷ ଟଙ୍କା ହେବ । ତେବେ ସନ୍ଦିପଙ୍କୁ ଧୋକ୍କା ଦେଇ ବିଷ ଦିଆଯାଇଥିବା ଜଣାପଡ଼ିଛି।

Comments are closed.