ଜୁନ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ବର – ଜୁନ ୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ । ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ ୨ରୁ ଜୁନ ୧୨ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଭିତରେ ଖାତା ଦେଖା ଶେଷ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟ ଗୁଡ଼ିକର ମୂଲ୍ୟାୟନ ପ୍ରଥମେ ଆରମ୍ଭ କରାଯିବ । ପରୀକ୍ଷା ସରିବା ପରେ ସମସ୍ତ ବିଷୟର ଖାତା ଗୁଡ଼ିକର ମୂଲ୍ୟାୟନ କରାଯିବ । ସମ୍ପୂର୍ଣ୍ଣ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି ୨୪ରୁ ୨୬ ଦିନ ଲାଗିବ । ଫଳରେ ପରବର୍ତ୍ତୀ ସମୟରେ ମୂଲ୍ୟାୟନର ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

Comments are closed.