ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

ଝାରସୁଗୁଡ଼ା- ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ଯାଏ ଚାଲିବ । ଭୋଟ ପାଇଁ ୨୭୯ ବୁଥ୍‌ କରାଯାଇଛି । ସେଥିମଧ୍ୟରୁ ୨୨ଟି ନୂଆ ବୁଥ୍‌ ରହିଥିବା ବେଳେ ୩୦ଟି ଆଦର୍ଶ ବୁଥ୍, ଏବଂ ୫ଟି ପିଙ୍କ୍ ବୁଥ୍ ରହିଛି ।

୬୦ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୧୪୫ ବୁଥରେ ୱେବକାଷ୍ଟିଂ କରାଯାଉଛି ।

ମୋଟ ୨,୧୪,୮୭୮ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଉପନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ମୈଦାନରେ ଅଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ। ମତଦାନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି।ଭୋଟ୍ ପାଇଁ ମୋଟ ୧ ହଜାର ୨୨୮ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି। ଆଇନଶୃଙ୍ଖଳା ପାଇଁ ୧ ହଜାର ପୁଲିସ ଅଧିକାରୀ, ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହୋଇଛନ୍ତି। ୫ଟି ପିଙ୍କ୍ ବୁଥ ପାଇଁ କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Comments are closed.