ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ : ମିଶନ ଶକ୍ତି ସଚିବ

ଭୁବନେଶ୍ୱର – ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ଆସନ୍ତା ୧୨ ମାସ ମଧ୍ୟରେ ଏହି ଫେଡେରେସନ ଗଠନ ହେବ । ନିଷ୍ପତି ନେବାକୁ ଦକ୍ଷତା ଥିବା ମହିଳାଙ୍କ ଭାଗିଦାରୀ ବୃଦ୍ଧି କରାଯିବ । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କା ଋଣ ଦେବା ଲକ୍ଷ୍ୟ । ୩ ବର୍ଷରେ ତିଆରି ହେବ ୫୦୦ ମିଶନ ଶକ୍ତି ବଜାର । ବିଦେଶରେ ବିକ୍ରି ହେବ ଓଡିଶା ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ । ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକରେ ହେବ ୫୦୦ ମିଶନ ଶକ୍ତି କାଫେ।

Comments are closed.