ରାଜ୍ୟରେ ମୌସୁମୀ ଆଗମନରେ ବିଳମ୍ବ

ଭୁବନେଶ୍ବର- ମୌସୁମୀର ଆଗମନ ପାଇଁ ରାଜ୍ୟବାସୀଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ କେରଳ ଛୁଇଁବାର କିଛି ଦିନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହୋଇ ବଙ୍ଗୋପସାଗର ଓ ଆରବ ସାଗରର ଅନେକ ଅଞ୍ଚଳ ସ୍ପର୍ଶ କରିଥିବା ବେଳେ ଏବେ ଏହା ସ୍ଥିର ହୋଇଯାଇଛି । ତେଣୁ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ, ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ଏଣୁ ଜୁନ୍‌ ୧୨ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଆସିବ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି।ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇପାରେ। ପୂର୍ବ ଆକଳନ ମୁତାବକ ଜୁନ୍ ୧୨ରେ ଓଡ଼ିଶା ଛୁଇଁ ନ ପାରେ। ଆକାଶରେ ବାଦଲ ଓ ପବନ ରହିଛି। ହେଲେ ମୌସୁମୀ ଆଗମନରେ ପରିବେଶ ଅନୁକୂଳ ନାହିଁ। ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧିପାଉଛି। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆଗକୁ ବଢ଼ିବାକୁ ଦେଉନାହିଁ। ତେଣୁ ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହା ଆକଳନ କରାଯାଇପାରୁନାହିଁ।

Comments are closed.