ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ବାଦଶୀ ନୀତି

ପୁରୀ – ଆଜି ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମାକୁ ନେଇ ରାଜେନ୍ଦ୍ରାଭିଷେକ ନୀତି ପାଳନ ହେଉଛି । ଆଜି ଚମ୍ପକ ଦ୍ବାଦଶୀ ଏବଂ ଦଇତା ପ୍ରବେଶ ନୀତି କରାଯିବ ।

ଆସନ୍ତାକାଲି ହେବ ଶ୍ରୀଜୀଉଙ୍କ ସେନାପଟା ଲାଗି ନୀତି । ଆଜି ମଦନମୋହନ ଓ ରୁକ୍ମିଣୀ ଦମ୍ପତି ବିମାନରେ ଗୁଆଳିରେ ଶ୍ରୀନଅର ଯିବେ ।

ମହାପ୍ରଭୁଙ୍କ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା କରିଥାଏ ସେନାପଟା । ଏଣେ ଆସନ୍ତା ୧୪ତାରିଖରେ ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

Comments are closed.