ପୂର୍ଣ୍ଣାଙ୍ଗ ବଜେଟ୍ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦିତ

ଭୁବନେଶ୍ବର – ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇ ୨ରୁ ଆରମ୍ଭ ହେବ । ଅଧିବେଶନ ପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବଗଠିତ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ବସିଛି ।

ବୈଠକରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ ଅନୁମୋଦିତ ହୋଇଛି । ଚଳିତବର୍ଷ ପାଇଁ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ପାଇଁ ପ୍ରସ୍ତାବ ରହିଥିଲା ।ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରାଯିବା ସମ୍ଭବ ନହେବାରୁ ଗତ ମାର୍ଚ୍ଚ ୩୦ରେ ସରକାରଙ୍କ ପକ୍ଷରୁ କାମଚଳା ବଜେଟ ଆଗତ କରାଯାଇଥିଲା। ଏହାର ଅବଧି ଜୁଲାଇ ଶେଷ ପର୍ଯ୍ୟନ୍ତ ରହିଛି । ଚଳିତବର୍ଷ ପାଇଁ ବଜେଟର ଆକାର ୨ଲକ୍ଷ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରି ପରିଷଦ ବୈଠକରୁ ଜଣାଯାଇଛି।

Comments are closed.