ଆଜି ମୁଖ୍ୟମନ୍ତ୍ରୀଙ୍କ ଇଟାଲୀ ଗସ୍ତ

ଭୁବନେଶ୍ୱର – ଆଜି ଦିଲ୍ଲୀରୁ ଇଟାଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ରୋମରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଉପରେ ବକ୍ତବ୍ୟ ରଖିବେ । ୟୁରୋପରେ ପ୍ରବାସୀ ଓଡିଆଙ୍କୁ ଭେଟି ଓଡିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ନେଇ ଆଲୋଚନା ମଧ୍ୟ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଟିକାନ ସିଟିରେ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ପୋପଙ୍କୁ ଭେଟିବେ । ଭାରତ ଫେରିବା ବେଳେ ମୁଖ୍ୟମନ୍ତ୍ରୀ ଦୁବାଇରେ ମଧ୍ୟ ଏକ ନିବେଶକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମଧ୍ୟପ୍ରାଚ୍ୟରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଭେଟି ବିଗତ ଦୁଇ ଦଶନ୍ଧିରେ ରାଜ୍ୟର ରୂପାନ୍ତରଣ ବିଷୟରେ ଚର୍ଚ୍ଚା କରିବେ ।

Comments are closed.