ଆଜି ଦିଲ୍ଲୀ ଯିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ବାରିପଦା – ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀ ଯିବେ । ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ବ ସପକ୍ଷରେ ସମର୍ଥନ ଜୁଟାଇବା ଲାଗି ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ନିଜେ ଦ୍ରୌପଦୀ ମୁର୍ମୁ ମଧ୍ୟ ବିଭିନ୍ନ ରାଜ୍ୟ ଗସ୍ତ କରି ସେଠାକାର ମୁଖ୍ୟଙ୍କୁ ଭେଟି ସମର୍ଥନ ଲୋଡ଼ିବେ। ସେପଟେ, ଓଡିଆ ଝିଅ ଙ୍କୁ ଜିତାଇବା ପାଇଁ ଟୁଇଟ କରି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ନବୀନ ଅପିଲ୍ କରିଛନ୍ତି ।

Comments are closed.