ଭୁବନେଶ୍ୱର ରେଳଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ

ଭୁବନେଶ୍ୱର – ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ଯୁବତୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବତୀ ଜଣଙ୍କ ହେଲେ ସ୍ୱିଟି ରାୟ। ସେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଜିଲ୍ଲାର ବାସିନ୍ଦା । ସେ ଖଣ୍ଡଗିରିରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ। ଗତକାଲିଠାରୁ ସ୍ୱିଟି ନିଖୋଜ ଥିବା ନେଇ ତାଙ୍କ ବାପାଙ୍କ ବନ୍ଧୁ ସୁରେଶ ପଣ୍ଡା ଭୁବନେଶ୍ୱର ରେଲୱେ ଥାନାରେ ଅଭିଯୋଗ କରିଛନ୍ତି।

ଗତକାଲି ସ୍ୱିଟି ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଆସି ଭୁବନେଶ୍ୱର ୬ ନମ୍ବର ପ୍ଲାଟଫର୍ମରେ ଓହ୍ଲାଇଥିଲେ। ଏନେଇ ସେ ତାଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ। ହେଲେ ତା’ପରଠୁ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା। ସ୍ୱିଟିଙ୍କ ବାପାଙ୍କ ବନ୍ଧୁ ସୁରେଶ ପଣ୍ଡା କହିଛନ୍ତି, ଗତକାଲି ସ୍ୱିଟି ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସି ସନ୍ଧ୍ୟା ୮ଟା ୨୫ ମିନିଟ୍‌ରେ ୬ ନମ୍ବର ପ୍ଲାଟଫର୍ମରେ ଓହ୍ଲାଇଥିଲେ। ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠୁ ସେ କୁଆଡ଼େ ଗଲେ ପତ୍ତା ମିଳୁ ନାହିଁ। ସ୍ୱିଟିଙ୍କ ବାପା ତ୍ରିପୁରାରେ ବିଏସ୍‌ଏଫ୍ ଯବାନ ଭାବେ କାର୍ଯ୍ୟ କରୁଛନ୍ତି।

Comments are closed.