ଆରପାରିରେ ଅଭିନେତା ରାଇମୋହନ

ଭୁବନେଶ୍ୱର – ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ରାଇମୋହନ ପରିଡା ଆଉ ନାହାନ୍ତି । ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁରେ ଓଲିଉଡ ଓ ଯାତ୍ରା ଜଗତକୁ ଶକ୍ତ ଝଟକା ଲାଗିଛି । ପାରିବାରିକ କଳହରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି ।

ଆସୁଛି ମୋ କାଳିଆ ସୁନା, ଉଦଣ୍ଡି ସୀତା, ଦାଦାଗିରି, ସିଂହ ବାହିନୀ, ରକତ ଚିହ୍ନିଛି ନିଜର କିଏ ଆଦି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ରାଇମୋହନ ପରିଡା । ରାଇମୋନଙ୍କ ଜନ୍ମ କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମରେ ହୋଇଥିଲା । ସେ ୧୯୮୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ରାଇମୋହନ।

୭୦ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ରାଇମୋହନ । ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରା ଅଭିନୟକୁ ଓହ୍ଲାଇଥିଲେ । ରାଇମୋହନଙ୍କୁ ମାତ୍ର ୫୯ ବର୍ଷ ବୟସ ହୋଇଥିଲା।

Comments are closed.