ରୋହିତ ଶର୍ମା କୋଭିଡ ପଜିଟିଭ

ଲଣ୍ଡନ – ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ୍‌ ରୋହିତ ଶର୍ମା କୋରୋନା ପଜିଟିଭ ହୋଇଛନ୍ତି ।

ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ପରେ ରୋହିତଙ୍କ ରିପୋର୍ଟ ପଜିଟିଭ ଆସିଛି । ରୋହିତଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛି ବିସିସିଆଇର ମେଡିକାଲ ଟିମ୍‌ । ରୋହିତଙ୍କ ପାଖରେ ରହିଛି ସାମାନ୍ୟ ଲକ୍ଷଣ, ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି । ଲିସେଷ୍ଟରରେ ଭାରତୀୟ ଦଳ ଅଭ୍ୟାସ ମ୍ୟାଚ ଖେଳୁଛି ।

Comments are closed.