ତିନି ଲୋକସଭା ଓ ସାତ ବିଧାନସଭା ଆସନ ଉପନିର୍ବାଚନର ଆଜି ଭୋଟ ଗଣତି

ନୂଆଦିଲ୍ଲୀ – ଦେଶର ୬ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ହୋଇଥିବା ଭୋଟଗ୍ରହଣର ଆଜି ଗଣତି ‌। ଜୁନ୍ ୨୩ ତାରିଖରେ ତିନି ଲୋକସଭା ଆସନ ଓ ୭ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଉତ୍ତର ପ୍ରଦେଶର ରାମପୁର ଓ ଆଜମଗଡ଼, ପଂଜାବର ସଙ୍ଗରୁର ଲୋକସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା । ଚାରି ରାଜ୍ୟର ୭ଟି ବିଧାନସଭାରେ ମଧ୍ୟ ଉପନିର୍ବାଚନ ହୋଇଥିଲା ।

ତ୍ରିପୁରାର ଅଗରତାଲା, ସରମା, ଜୁବାରାଜଗର ଓ ବରୋଦାବାଲା ଟାଉନ୍ ବିଧାନସଭା ଆସନରେ ମତଦାନ ହୋଇଥିଲା । ଏହାସହ ଝାଡ଼ଖଣ୍ଡର ମାଣ୍ଡର, ଆନ୍ଧ୍ର ପ୍ରଦେଶର ଆତ୍ମକୁର ଓ ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଆସନରେ ମତଦାନ ହୋଇଥିଲା । ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି ।

Comments are closed.