ମଦ ରନ୍ଧା ବେଳେ ଅବକାରୀ ବିଭାଗର ଚଢାଉ, ଜଣେ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ରନ୍ଧା ହେଉଥିବା ଖବର ପାଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସମାରପାଲି ଓ ଗୁଣ୍ଡିଚାପାଲିଠାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ସମାରପାଲିଠାରେ ୧୮୦୦ ଲିଟର ମହୁଲ ପୋଚ ସହ ୬୦ ଲିଟର ମଦ ଜବତ କରାଯାଇଥିଲା ।

ଗୁଣ୍ଡିଚାପାଲିଠାରେ ୮୦ ଲିଟର ରନ୍ଧାମଦ ଜବତ କରିବା ସହ ଦିଲ୍ଲୀପ ରଣା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଅବକାରୀ ଥାନା ଏସଆଇ ଏଚ ଜଗା ରାଓ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ମୁକେଶ ବିଶ୍ବାଳ, ପ୍ରଶାନ୍ତ ବାଗ, ନବବତି ମଲ୍ଲିକ, ସୁବାଷିନୀ ଭୋଇ ଓ ରାକେଶ ସାହୁ ସାମିଲ ଥିଲେ ।

Comments are closed.