ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନ

କରଞ୍ଜିଆ – ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନ । ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଜାତୀୟ ରାଜପଥ ନମ୍ବର ୪୯ ଚାଇଁନେବଦା ଛକରେ ଘଟିଥିଲା ଦୁର୍ଘଟଣା । ସ୍ବାମୀଙ୍କ ସହ ଆସୁଥିବା ବେଳେ କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନ ଓ ତାଙ୍କ ସ୍ୱାମୀ କାର୍‌ ଭିତରେ ଚାପି ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନଙ୍କୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

Comments are closed.