ରାଜ୍ୟରେ ୨୦୦ ଟପିଲା ଦୈନିକ କୋରୋନା ମାମଲା, ୨୦୪ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଦୈନିକ କୋରୋନା ସଂକ୍ରମଣ । ରାଜ୍ୟରେ ଅନେକ ଦିନ ପରେ ଦୈନିକ କୋରୋନା ସଂକ୍ରମଣ ୨୦୦ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨୦୪ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ଶିଶୁ କିଶୋର ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮, ସୁନ୍ଦରଗଡ଼ରୁ ୧୮, ବାଲେଶ୍ଵରରୁ ୮, ପୁରୀରୁ ୫, ମୟୂରଭଞ୍ଜରୁ ୫, ଭଦ୍ରକରୁ ନୂଆପଡ଼ାରୁ ୪, ସମ୍ବଲପୁରରୁ ୩, ଦେବଗଡ଼ରୁ ୩, ଭଦ୍ରକରୁ ୩, କେନ୍ଦ୍ରାପଡ଼ାରୁ ୨, ଜଗତସିଂହପୁରରୁ ୨, ଯାଜପୁରରୁ ୧, ଢେଙ୍କାନାଳରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୧, ନୟାଗଡ଼ରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୨ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ କୋରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୯୬୧କୁ ବୃଦ୍ଧି ପାଇଛି । ୧୨ ଲକ୍ଷ ୭୯ ହଜାର ୯୧୦ ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ୮୭୨କୁ ବୃଦ୍ଧି ପାଇଛି ।

Comments are closed.