ସିଏମସି ଅଞ୍ଚଳରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ

କଟକ – କଟକକୁ ଫେରିଲା ମାସ୍କ କଟକଣା । ସିଏମସି ଅଞ୍ଚଳରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ । କଟକରେ ରହୁଥିବା ଲୋକ ଏବଂ ବାହାରୁ କଟକକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ ହୋଇଛି । ଏହାସହ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛି ସିଏମସି । କୋଭିଡ଼ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ାକଡ଼ି କରିଛି ପ୍ରଶାସନ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୨୦୦ ଉପରେ ରହୁଛି । ଗତକାଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା ।

Comments are closed.