ଜିଲ୍ଲାପାଳଙ୍କ ଭିକ୍ଟୋରୀୟା ମେମୋରିଆଲ ହଲ ପରିଦର୍ଶନ

ସମ୍ବଲପୁର: ଜିଲ୍ଳାପାଳ ଅନନ୍ୟା ଦାସ ସହର ରେ ଥିବା ଭିକ୍ଟୋରିୟା ମେମୋରିଆଲ ହଲ ପରିଦର୍ଶନ କରିଛନ୍ତି | ସେଠାରେ ଅଧିକାରୀ ମାନଙ୍କ ସହ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କୁ ନବୀକରଣ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶକ ଦେଇଥିଲେ | ପରେ ଜିଲ୍ଳାପାଳ ଇକୋ ପାର୍କ ନୂତନ ଭେଣ୍ଡିଙ୍ଗ ଜୋନ, ବୁଲି ଦେଖିବା ସହ ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁଙ୍କ ସହ ଏହି ସଂକ୍ରାନ୍ତରେ ବିଷଦ ଆଲୋଚନା କରିଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗୀୟ ଅଧିକାରୀ ଏବଂ ମହାନଗର ନିଗମର ଅଧିକାରୀ ମାନେ ଉପସ୍ଥିତ ଥିଲେ |

Comments are closed.