ମୋ ସ୍କୁଲ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୧୩୧ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଅନୁମୋଦିତ 

ଭୁବନେଶ୍ବର -ମୋ ସ୍କୁଲ ଅଭିଯାନର ୩୫ ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୨୬ଟି ଜିଲ୍ଲାର ମୋଟ ୧୩୧.୭୩ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି । ରୂପାନ୍ତରିତ ବିଦ୍ୟାଳୟର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଇଣ୍ଟରେନଟ ବ୍ୟବସ୍ଥା ଉପରେ ମଧ୍ୟ ଫୋକସ କରାଯାଇଛି ।

ଗତ ମାସକ ମଧ୍ୟରେ ୧୦ ହଜାର ୬୭୨ ଜଣ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନରେ ଯୋଡି଼ ହୋଇଛନ୍ତି। ସେମାନେ ନିଜ ନିଜ ସ୍କୁଲର ବିକାଶ ପାଇଁ ୫ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ରୂପାନ୍ତରିତ ବିଦ୍ୟାଳୟର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ବିଭିନ୍ନ ସିଏସଆର ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକର ବିକାଶ ପାଇଁ ମୋ ସ୍କୁଲ ଅଭିଯାନକୁ ୩୮ କୋଟି ୫୮ ଲକ୍ଷ ଟଙ୍କାର ଆନୁଦାନ ଆସିଛି ।ବାଲେଶ୍ବରରେ ସର୍ବାଧିକ ୧ କୋଟି ୧୨ ଲକ୍ଷ, କଟକରେ ୪୨ ଲକ୍ଷ ଭଦ୍ରକରେ ୨୫ ଲକ୍ଷ ୨୨ ହଜାର, ସମ୍ବଲପୁରରେ ୨୪ ଲକ୍ଷ ୨୭ ହଜାର ଏବଂ ମୟୂରଭଞ୍ଜରେ ୧୮ ଲକ୍ଷ ୯୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୫୮ ହଜାର ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲ ଗୁଡିକକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତୃତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମ ଏବଂ ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ମୋ ସ୍କୁଲ ଅଭିଯାନକୁ ୬୪୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିଛି ।

ବୈଠକରେ ମୋ ସ୍କୁଲ ସଦସ୍ୟ ସଚିବ ଅନୁପମ ସାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ବିଭାଗୀୟ ଆର୍ଥିକ ଉପଦେଷ୍ଟା ରତିକାନ୍ତ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଏବଂ ମୋ ସ୍କୁଲ ଅଭିଯାନ ମୁଖ୍ୟ ପରିଚାଳକ ଅମରଜିତ ଜେନାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.