ହୋଟେଲ ନିମନ୍ତ୍ରଣରେ ଟଙ୍କା ଆତ୍ମସାତ ଅଭିଯୋଗ : ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ ଗିରଫ

ଭୁବନେଶ୍ୱର – ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା ଅଭିଯୋଗରେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି । ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡ଼େଇଙ୍କୁ ଗିରଫ କରିଛି ପୋଲିସ । ଏ ଦୁହେଁ ଗତ ୬ ମାସ ଭିତରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି ।

ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଉଥିଲେ ଏହି ଦୁଇ କର୍ମଚାରୀ । ଅଡ଼ିଟ୍ ବେଳେ ଏହା ଜଣାପଡ଼ିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦ ନଗର ଥାନା ପୋଲିସ ।

Comments are closed.