ବନ ବିଭାଗର ଚଢ଼ଉ, ବହୁ ପରିମାଣରେ କାଠପଟା ଜବତ

ବଲାଙ୍ଗୀର: ଲୋଇସିଂହା ରେଞ୍ଜ ଅନ୍ତର୍ଗତ ବାବୁଫାସଡ ଗାଁର ସୁନ୍ଦର ଖମାରୀ ନାମକ ଜଣେ ବ୍ୟକ୍ତି ନିଜ ଘରେ ବେଆଇନ ଭାବରେ ନିଜ ଘରେ କାଠ ପଟା ଓ ସାମଗ୍ରୀ ରଖିଥିବାରୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ଜବତ ହୋଇଥିବା କାଠ ପଟା ମଧ୍ୟରେ ୧୪ଟି ଗମ୍ଭାରୀ ପଟା ଓ ୪୨ଟି ଶାଗୁଆନ କାଠର ପଟା ରହିଛି । ଏନେଇ ଏକ ମାମଲା ରୁଜୁ କରାଯାଇଛି । ରେଞ୍ଜ ଅଫିସର ପଉଲ ହରପାଲଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବା ବେଳେ ଫରେଷ୍ଟର ବିମ୍ବାଧର ବେହେରା, ସୁନୀଲ କୁମାର ମିଶ୍ର, ଚିନ୍ମୟ କୁମାର ପ୍ରଧାନ, ଫରେଷ୍ଟ ଗାର୍ଡ ସଂଜୀବ କୁମାର ନାୟକ, ଯୁକ୍ତା ସାହାଣୀ, ଅଶୋକ କୁମାର ତ୍ରିପାଠୀ, ଜ୍ୟୋସ୍ନା ସଲତାର, ମାନସୀ ସ୍ୱାଇଁ, ରାଜକୁମାର ଭୋଇ ପ୍ରମୁଖ ଏହି ଚଢ଼ଉରେ ସହଯୋଗ କରିଥିଲେ ।

Comments are closed.