ଭୁବନେଶ୍ୱରରେ ହାଇଡ୍ରାମା: କାରରେ ବାବୁଶାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ଦେଖି ପତ୍ନୀଙ୍କ ହଙ୍ଗାମା, ପ୍ରକୃତିଙ୍କୁ ଗାଳିଗୁଲଜ ଓ ଟଣାଓଟରାର ଭିଡିଓ ଭାଇରାଲ

ଭୁବନେଶ୍ୱର- ସତ୍ୟନଗରରେ ହାଇଡ୍ରାମା । କୈ।ଣସି ଏକ ଚଳଚିତ୍ରର ସୁଟିଂ ଭଳି ମନେ ହେଉଥିଲା ଘଟଣା । କିନ୍ତୁ ଘଟଣା ଫିଲ୍ମ ସୁଟିଂ ନ ଥିଲା । ତାହା ଥିଲା ଓଡ଼ିଆ ଫିଲ୍ମ ଷ୍ଟାର ବାବୁଶାନ ମହାନ୍ତି ଙ୍କ ଘର କଳି । ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତାଙ୍କ ପତ୍ନୀ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା ରାଜଧାନୀର ସତ୍ୟନଗରରେ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଆଜି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଆଜି ସକାଳେ ଏହି ଘଟଣା ଘଟିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଏକ କାର୍‌ରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ରାସ୍ତା ଉପରେ ଥିବା ବେଳେ ହଠାତ୍‌ ତାଙ୍କ ପତ୍ନୀ ସେଠାରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ହାଇ ଭୋଲଟେଜ ଡ୍ରାମା । ବାବୁଶାନଙ୍କ ପତ୍ନୀ ତୃପ୍ତି କାର୍‌ ଡୋର୍ ଖୋଲି ତାଙ୍କ ସାର୍ଟକୁ ଟାଣି ତାଙ୍କୁ ତଳକୁ ଆସିବାକୁ କହୁଥିଲେ। ବାବୁଶାନ ଡ୍ରାଇଭର ସିଟ୍‌ରେ ବସିଥିବା ବେଳେ ପ୍ରକୃତି ମିଶ୍ର ପାଖ ସିଟ୍‌ରେ ବସିଥିଲେ। ପରେ ବାବୁଶାନଙ୍କ ପତ୍ନୀ କାର୍‌ ପଛ ଡୋର୍ ଖୋଲି ଭିତରକୁ ଯାଇ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ। ସେ ଜୋରରେ ପ୍ରକୃତିଙ୍କ ଚୁଟି ଟାଣିଥିଲେ। ପ୍ରକୃତି ଉପସ୍ଥିତ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ପ୍ରକୃତି କୌଣସି ମତେ କାର୍‌ରୁ ଖସି ଦୌଡ଼ି ପଳାଉଥିବା ବେଳେ ବାବୁଶାନଙ୍କ ପତ୍ନୀ ତାଙ୍କୁ ଗୋଡ଼ାଇବା ସହ ଗାଳି କରୁଥିଲେ। ପ୍ରକୃତି ଏକ ଅଟୋ ପାଖକୁ ଯାଇ ସେଥିରେ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବାବୁଶାନଙ୍କ ପତ୍ନୀ ସେଠାରେ ପହଞ୍ଚି ଜୋରରେ ଚିତ୍କାର କରି କହୁଥିଲେ ଯେ ଇଏ ମୋ ପରିବାର ଭାଙ୍ଗୁଛି। ବାବୁଶାନଙ୍କ ପତ୍ନୀଙ୍କ ମୁଣ୍ଡ ଖରାପ ହୋଇଯାଇଥିବା ପ୍ରକୃତି କହୁଥିବା ଶୁଣିବାକୁ ମିଳିଛି। ପରେ ପ୍ରକୃତି ଏକୁଟିଆ ଚାଲି ଚାଲି ସେଠାରୁ ପଳାଉଥିବା ଦେଖିବାକୁ ମିଳିଛି। ଏ ଘଟଣା ସରଗରମ ଚର୍ଚ୍ଚାର ବିଷୟ ହୋଇଛି ।

 

ଘଟଣା ନେଇ ବାବୁଶାନ କହିଛନ୍ତି, ପ୍ରକୃତି ପିଲା ବେଳୁ ତାଙ୍କର ଭଲ ସାଙ୍ଗ । ତାଙ୍କ ସହ କଥା ହେଲେ ଅସୁବିଧା କ’ଣ ସେ ବୁଝିପାରୁ ନାହାନ୍ତି । ପତ୍ନୀ ଫିଲ୍ମ ଲାଇନ୍‌ର ନୁହନ୍ତି। ତେଣୁ ସେ ବୁଝି ପାରୁ ନାହାନ୍ତି ତାଙ୍କ କାମ କ’ଣ । ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରନ୍ତି । ତାଙ୍କୁ ବହୁ ଝିଅଙ୍କ ସହ କାମ କରିବାକୁ ପଡ଼ିଥାଏ। ହେଲେ ତାଙ୍କ ପତ୍ନୀ ଏହା ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ସେ ଓ ପ୍ରକୃତି ଏକ ଫିଲ୍ମର ପ୍ରମୋସନ ପାଇଁ ଯାଉଥିବା ବାବୁଶାନ କହିଛନ୍ତି ।

ସେହିଭଳି ପ୍ରକୃତି କହିଛନ୍ତି, ସେ ଜଣେ କଳାକାର । ସେ ଓ ବାବୁଶାନ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ ଯାଉଥିଲେ। ବାବୁଶାନଙ୍କ ପତ୍ନୀ ଓ ତାଙ୍କ ବାପା ବହୁତ ଗୁଣ୍ଡାଙ୍କ ସହ ପହଞ୍ଚି ପ୍ରଥମେ ବାବୁଶାନଙ୍କ ସାର୍ଟ ଟାଣିଲେ। ତାଙ୍କୁ ଟଣାଓଟରା କରି ଅସଦାଚରଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାବୁଶାନ । ମାନସିକ ଭାବେ ସେ ମୁଁ ଖୁବ୍‌ ଆଘାତ ପାଇଥିବା ପ୍ରକୃତି କହିଛନ୍ତି। ମାନହାନୀ ମକଦ୍ଦମା କରିବା ପାଇଁ ଧମକ ଦେଇଛନ୍ତି ପ୍ରକୃତି । ଖାରବେଳନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତିଙ୍କ ବାପା ମା’ । ସେମାନେ ଝିଅର ମାନହାନୀ ହୋଇଥିବା ଅଭିଯୋଗ କରିଛନ୍ତି ।

Comments are closed.