କ୍ୟାଡର ମାଓବାଦୀଙ୍କୁ ଧରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ

ନୂଆପଡ଼ା: ପାଟଦରା ଜଙ୍ଗଲରେ ଗତ ଜୁନ ୨୧ ତାରିଖରେ ୩ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ସହିଦ ହେବା ପରେ କେନ୍ଦ୍ର ସରକାର ମାଓବାଦୀ ଦମନ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିସହ ସୀମାନ୍ତ ସୁନାବେଡ଼ା ଅଭୟାରଣ୍ୟରେ ଥିବା ୫ଜଣ କ୍ୟାଡର ମାଓବାଦୀ ମୂଲୀ ଓରଫ୍ ସଂଗ୍ରାମ ରେଡ୍ଡି, କାର୍ତ୍ତିକ ଓରଫ୍ ଦଶ୍ରୁ, ଜୟରାମ ଓରଫ ଗୁଡ୍ଡୁ, ବଳଦେବ ଏବଂ ଅଞ୍ଜୁ ଓରଫ୍ କବିତାଙ୍କ ସହ ସେମାନଙ୍କ ସାଥୀଙ୍କୁ ଧରିବା ପାଇଁ ଏବେ ଏନ୍‌ଆଇଏ ସଂସ୍ଥା ପକ୍ଷରୁ ବ୍ଳୁପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ ହୋଇଛି।

ଯବାନଙ୍କ ବଳିଦାନ ଯେଭଳି ବୃଥା ନଯିବ , ସେଥିପାଇଁ କଡ଼ା ମୁକାବିଲା କରିବାକୁ ସିଆରପିଏଫ ଡିଜି କୁଳଦୀପ ସିଂ ସମସ୍ତ ଅଧିକାରୀ ଓ ଯବାନଙ୍କୁ ପରାମର୍ଶ ଦେଇଥିଲେ । ସିଆରପିଏଫ ସ୍ୱତନ୍ତ୍ର ଡିଜି ନିତୀନ ଅଗ୍ରୱାଲ , ଅତିରିକ୍ତ ଡିଜି ନଳିନୀ ପ୍ରଭାତ , ପୁଲିସ ଆଇଜି ଅପରେସନ ଅମିତାଭ ଠାକୁର , ଦକ୍ଷିଣ – ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ , ନୂଆପଡ଼ା ଏସ୍‌ ପ୍ରତ୍ୟୁଷ ଦିବାକର , ସିଆରପିଏଫ ୨୧୬ ବାଟାଲିୟନ କମାଣ୍ଡାଣ୍ଟ ରାଜେଶ ବସ୍ତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.