କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ନାୟକଙ୍କ ପରଲୋକ

ଭବାନୀପାଟଣା – କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଭବାନୀପାଟଣା ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି । କଳାହାଣ୍ଡି ଲୋକସଭା ଆସନରୁ ସେ ୧୯୯୧ରେ ନିର୍ବାଚିତ ହୋଇଥିଲେ ।

ସଂସଦ ଭବନରେ ପ୍ରଥମ ଦିନ ହିଁ ସେ ପାହାଚରେ ମୁଣ୍ଡିଆ ମାରି ସଂସଦକୁ ମନ୍ଦିର ବୋଲି ବର୍ଣ୍ଣନା କରି ବେଶ ଚର୍ଚ୍ଚିତ ହୋଇଥିଲେ। ସେ ଜଣେ ହସ୍ପିଟାଲ କର୍ମଚାରୀ ଭାବରେ ନିଜର କ୍ୟାରିଅର ଆରମ୍ଭ କରି ପରେ ଅଧାରୁ ଚାକିରି ଛାଡ଼ି ସାମ୍ବାଦିକତା ଓ ପ୍ରିଣ୍ଟିଂ ପ୍ରେସ କରିଥିଲେ। ସେ ପୂର୍ବରୁ କର୍ମଚାରୀ ସଂଘର ସମ୍ପାଦକ ରହି କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢୁଥିଲେ।

Comments are closed.