ଏ ବର୍ଷ ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା

ଭୁବନେଶ୍ୱର – ଏଥର ଜୁଲାଇରେ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ରାଜ୍ୟ‌‌ରେ ସ୍ବାଭାବିକଠାରୁ ୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟ‌ରେ ରାଜ୍ୟରେ ସ୍ବାଭାବିକ ଭାବେ ୪୭୬.୮ ମିମି ବର୍ଷା ହୋଇଥାଏ। କିନ୍ତୁ ଏଥର ୪୮୮.୫ ମିମି ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାର ଏ ମାସରେ ରାଜ୍ୟର ୫ ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୫୪% ଅଧିକ ଓ କନ୍ଧମାଳରେ ୪୬% ଅଧିକ ବର୍ଷା ହୋଇଛି। ମାଲକାନଗିରି, ଜଗତସିଂହପୁର ଓ ଢେଙ୍କାନାଳରେ ମଧ୍ୟ ବର୍ଷାର ପରିମାଣ ୨୦ ପ୍ରତିଶତରୁ ଅଧିକ ରହିଛି। କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୩୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଜୁଲାଇରେ ରାଜ୍ୟର ସବୁ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି।

Comments are closed.