ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡା: ନୂଆପଡାରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ନିଜ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ହଠାତ ଦୁଇ ଛୁଆ ସହ ମାଆ ଭାଲୁର ସାମନା ହୋଇଥିଲା । ଫଳରେ ମାଁ ଭାଲୁଟି ବ୍ୟକ୍ତି ଜଣକୁ ଆକ୍ରମଣ କରିଥିଲା । ବ୍ୟକ୍ତି ଜଣକ ନୂଆପଡା ରେଞ୍ଜ କୋଦୋମେରି ଗ୍ରାମର ଜମୁଲାଲ ପଟେଲ । ପାଖରେ ଥିବା ଲୋକ ଚିତ୍କାର କରିବା ପରେ ଭାଲୁଟି ଛୁଆଙ୍କୁ ଧରି ଜଙ୍ଗଲ ମୁହାଁ ହୋଇଥିଲା । ସଂଗେ ସଙ୍ଗେ ଗୁରୁତର ବ୍ୟକ୍ତିଙ୍କୁ ନୂଆପଡା ମୂଖ୍ୟ ଚିକିତ୍ସା ଆଣିବା ସହ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି ।

Comments are closed.