ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୩୦ ନୂଆ ପଜିଟିଭ । ସଙ୍ଗରୋଧରୁ ୪୨୭ ଓ ସ୍ଥାନୀୟ ଅଞ୍ଚଳରୁ ୩୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୩୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ।

ଅନୁଗୁଳରୁ ୪, ବାଲେଶ୍ଵରରୁ ୮, ବରଗଡ଼ରୁ ୩୭, ଭଦ୍ରକରୁ ୩, ବଲାଙ୍ଗୀରରୁ ୧୭, ବୈ।ଦ୍ଧରୁ ୩, କଟକରୁ ୧୮, ଦେବଗଡରୁ ୬, ଗଜପତିରୁ ୬, ଗଞ୍ଜାମରୁ ୯, ଜଗତସିଂହପୁରରୁ ୪, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୩୪, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୯୬, କୋରାପୁଟରୁ ୯, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୨୫, ନୟାଗଡ଼ରୁ ୧୩, ନୂଆପଡ଼ାରୁ ୧୫, ପୁରୀରୁ ୩, ରାୟଗଡ଼ାରୁ ୨୮, ସମ୍ବଲପୁରରୁ ୮୮, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୧୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୦ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ସକ୍ରିୟ ମାମଲା ୫ ହଜାର ୮୫୧ ରହିଛି।

Comments are closed.