ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ: କହିଲେ ଆଜିର ଦିନ ଦେଶବାସୀଙ୍କ ପାଇଁ ସଙ୍କଳ୍ପର ଦିନ

ନୂଆଦିଲ୍ଲୀ – ୭୬ତମ ସ୍ୱାଧୀନତା ଦିବସରେ ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପତାକା ଉତ୍ତୋଳନ ପରେ ଲାଲ କିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମହାପୁରୁଷଙ୍କ ବଳିଦାନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ । ବାପୁଜୀ, ନେତାଜୀ ଓ ସବରକରଙ୍କ ପରି ମହାପୁରୁଷଙ୍କ ନାଁ ନେଲେ, ସହିଦ ଭଗତ ସିଂହ, ରାଜଗୁରୁଙ୍କ ବଳିଦାନକୁ ସ୍ମରଣ କଲେ ମୋଦି ।ଆମ ଦେଶ ମହାତ୍ମା ଗାନ୍ଧି, ଭଗତ ସିଂ, ରାଜଗୁରୁ, ରାମପ୍ରସାଦ ବିସମିଲ, ରାଣୀ ଲକ୍ଷ୍ମୀବାଇ, ସୁବାଷ ଚନ୍ଦ୍ର ବୋଷ ଓ ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ନିକଟରେ ଚିର କୃତଜ୍ଞ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ ବୋଲି ମୋଦି କହିଛନ୍ତି।

Comments are closed.