ଲଗାଣ ବର୍ଷାରେ ବେହାଲ ସୋନପୁର, ଅନେକ ଅଞ୍ଚଳ ଏବେ ଜଳମଗ୍ନ

ସୁବର୍ଣ୍ଣପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଶୁକ୍ରବାରଠୁ ସୋନପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି । ଯାହାଫଳରେ ସହରର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ ହୋଇଛି । କାହା ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣିର ସୁଅ ଦେଖିବାକୁ ମିଳିଥିଲା । ବିଶେଷକରି ଜିଲ୍ଲାର ପ୍ରବାହିତ ଦୁଇଟି ବଡ ନଦୀ ମହାନଦୀ ଓ ତେଳନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସୋନପୁର ସହରରେ ବିଭିନ୍ନ ବସ୍ତି ଓ ପଡାମାନଙ୍କରେ ବର୍ଷା ଜଳ ଜମି ରହିଛି। ସହର ଗୋକନେଶ୍ବର ପଡା ଭିତରେ ୩ ଫୁଟ୍ ଜଳ ପ୍ରବାହିତ ହେଉଥିବାବେଳେ ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଲଗାଣ ବର୍ଷାରେ ଜନ ଜୀବନ ମଧ୍ୟ ବେହାଲ ହୋଇପଡିଛି ସୋନପୁର ଜିଲ୍ଲା। ମହାନଦୀ ଓ ତେଳନଦୀରେ ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ନଇ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପାଇଁ ପ୍ରସ୍ତୁତ ରହିଥିବା କୁହଯାଇଛି ।

Comments are closed.