ଓଡ଼ିଶାରୁ ୧୫ ଜଣ ପାଇବେ ପୋଲିସ ସେବା ପଦକ

ନୂଆଦିଲ୍ଲୀ – କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସ୍ୱାଧୀନତା ଦିବସ ପୋଲିସ ସେବା ପଦକ ଘୋଷଣା କରାଯାଇଛି। ଏଥର ଓଡ଼ିଶାର ୧୫ ଜଣ ପାଇବେ ପୋଲିସ ସେବା ପଦକ । ୨ ଜଣଙ୍କୁ ସାହସିକତା ଓ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ ।

ଆଉ ୧୧ ଜଣଙ୍କୁ ମିଳିବ ଉତ୍କୃଷ୍ଟ ପୋଲିସ ସେବା ପଦକ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସରୋଜ ମହାପାତ୍ରଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ ।

Comments are closed.