ହୀରାକୁଦକୁ ଆସୁଛି ୫. ୮୦ ଲକ୍ଷ କ୍ୟୁସେକ, ୩୪ ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ମହାନଦୀ ଏବେ କରାଳ ରୂପ ଧରିଛି। ହୀରାକୁଦ ଜଳଭଣ୍ଡାରକୁ ସକାଳ ୯ଟା ସୁଦ୍ଧା ୫ ଲକ୍ଷ ୭୯ ହଜାର ୬୮୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫ ଲକ୍ଷ ୬୦ ହଜାର ୫୧୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେପଟେ ଗତ ୨୪ ଘଣ୍ଟା ମଧ୍ଯରେ ଉପରମୁଣ୍ଡରେ ହାରାହାରି ୪୬.୫୬ ମିମି ଏବଂ ତଳମୁଣ୍ଡରେ ୫୮.୮୨ ମିମି ବର୍ଷା ରେକର୍ଡ କରାଯାଇଛି। ଫଳରେ ଉପରମୁଣ୍ଡରୁ ପ୍ରାୟ ସାଢେ ୬ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସିବା ନେଇ ଆକଳନ କରାଯାଇଛି। ଆଉ ଏତେ ପରିମାଣର ପାଣି ଆସିଲେ ହୀରାକୁଦରୁ ଅଧିକ ସଂଖ୍ୟାରେ ଗେଟ୍ ଖୋଲିବାକୁ ପଡିପାରେ। ସେପଟେ ଅଧିକ ଗେଟ୍ ଖୋଲିଲେ ସମ୍ବଲପୁର ସହର ସମେତ ତଳମୁଣ୍ଡରେ ବି ଭୟଙ୍କର ବନ୍ୟା ପରିସ୍ଥିତି ହେବାର ଆଶଙ୍କା ରହିଛି।

Comments are closed.