ବିନିକାରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ

ସୁବର୍ଣ୍ଣପୁର : ବିନିକା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଗତ ତିନିଦିନ ହେବ ସମଗ୍ର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲଗି ରହିଛି l ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ ହୋଇସାରିଲାଣି । ହୀରାକୁଦ ଜଳଭଣ୍ଡାରରୁ ଏବେ ୩୪ଟି ଗେଟର ବନ୍ୟା ପାଣି ନିଷ୍କାସନ ହେଉଥିବାରୁ ଏବେ ବିନିକା ଅଞ୍ଚଳର ଶାଖା ନଦୀ ତଥା କେନାଲ ନାଳ ଗୁଡ଼ିକ ଫୁଲିବାରେ ଲାଗିଛି l ବିଶେଷକରି ବିନିକା ଏନଏସି ୱାର୍ଡ ନମ୍ୱର ୨ ଗୁଲାପଡ଼ା ଯୋଗେଶ୍ୱର ମନ୍ଦିରର ରାସ୍ତାର ପୋଲ ଉପରେ ୮ ଫୁଟର ବନ୍ୟାପାଣି ବୋହୁଛି l ଯେଉଁଥିପାଇଁ ଯାତାୟାତ ଉପରେ ବାଧାପ୍ରାପ୍ତ ହେବା ସହ ଗ୍ରାମବାସୀମାନେ ବନ୍ୟା ପାଇଁ ଚିନ୍ତାରେ ରହିଥିବାର ଦେଖାଦେଲାଣି । ମହାନଦୀରେ ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ନଈ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିନିକା ଅଞ୍ଚଳର ସେଲେଡି, ଗୁଲାପଡ଼ା, ଝରାପଡ଼ା ଅଞ୍ଚଳର ବହୁ ଧାନ, ପନିପରିବା ଚାଷଜମି ଏବେ ମଧ୍ୟ ବନ୍ୟା ପାଣି ଭିତରେ ବୁଡ଼ିରହିଛି l

Comments are closed.