ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ +୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ

ବ୍ରହ୍ମପୁର: ସ୍ବାଧୀନତା ଦିବସରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ବାରା +୩ ଷଷ୍ଠ ସେମିଷ୍ଟର୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୧୯୮୫୮ ଜଣ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ୧୯୪୯୫ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୯୧.୮୯ % ଅର୍ଥାତ୍ ୧୭୯୧୪ ଜଣ ପାସ୍ କରିଛନ୍ତି। ବ୍ୟାଚଲର୍ ଅଫ୍ ଆର୍ଟସ୍ (ବି.ଏ- କଳା) ପାଠ୍ୟକ୍ରମରେ ପରୀକ୍ଷା ଦେଇଥିବା ୧୩୨୭୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୩.୬୭ ପ୍ରତିଶତ ବା ୧୨୪୩୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବ୍ୟାଚଲର୍ ଅଫ୍ ସାଇନ୍ସ (ବି.ଏସସି- ବିଜ୍ଞାନ) ବିଭାଗରେ ୫୨୭୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୯.୫୦ ଶତକଡ଼ା ଅର୍ଥାତ୍ ୪୭୨୪ ଜଣ ପାସ୍ କରିଛନ୍ତି। ବ୍ୟାଚଲର୍ ଅଫ୍ କମର୍ସ (ବି.କମ୍- ବାଣିଜ୍ୟ) ପାଠ୍ୟକ୍ରମରେ ୯୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୦.୧୭% ବା ୭୫୬ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି। +୩ ଷଷ୍ଠ ସେମିଷ୍ଟର (ରେଗୁଲାର୍ ଓ ବ୍ୟାକ୍ ପେପର୍) ପରୀକ୍ଷା ଗତ ଜୁଲାଇ ମାସରେ ହୋଇଥିବା ବେଳେ ଅଗଷ୍ଟ ୧୫ରେ ଅତି କମ୍ ସମୟରେ ରେଜଲ୍ଟ ପ୍ରକାଶ କରିଛନ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡଃ ସୁରେନ୍ଦ୍ର ସେଠୀ ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.