ନରାଜରେ ବିପଦ ସଂକେତ ଟପିଲା ମହାନଦୀ

ଭୁବନେଶ୍ବର – ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସେ କହିଛନ୍ତି, ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ। ହୀରାକୁଦ ଡ୍ୟାମରୁ ବହୁତ ପାଣି ଆସୁଛି। ବନ୍ୟାପାଣିକୁ ରେଗୁଲେଟ୍ କରାଯାଉଛି। ମୁଣ୍ଡଳିରେ ୧୦.୫ ଲକ୍ଷ କ୍ୟୁସେକ୍ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ବିଭିନ୍ନ ନଦୀବନ୍ଧ ଉପରେ ସତର୍କ ନଜର ରଖାଯାଇଛି। ତେବେ କୌଣସି ଜାଗାରେ ବଡ଼ ଘାଇ ହେବାର ସମ୍ଭାବନା ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଣେ କଟକ ନରାଜଠାରେ ମହା ବିପଦ ସଂକେତ ଟପିଛି । ମହାନଦୀର ଜଳସ୍ତର ୨୬.୬୮ ଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୂତ୍ରରୁ ସୂଚନା ମିଳିଛି।

Comments are closed.