ସୁନା ଗହଣା ଲୁଟ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ବରଗଡ : ବରଗଡ଼ ଜିଲ୍ଲା ସୋହେଲା ପୋଲିସକୁ ମିଳିଛି ସଫଳତା । ୨୪ ଘଣ୍ଟା ମଧ୍ୟରେ ଚୋରକୁ ଧରି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପାରିଛି ପୋଲିସ ।

ସୂଚନା ମତେ ଗତକାଲି ସୋହେଲା ଥାନା ଅନ୍ତର୍ଗତ ଲୁହୁରାଚଟି ଗାଁର ମୋହନ ରାଉତିଆ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତିଆ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଥିଲେ ।

ଏହି ଘଟଣାରେ ସୋହେଲାର ସୁଜିତ ମେହେର ଓ ଉମେଶ ଚନ୍ଦ୍ର ମେହେରକୁ ଗିରଫ କରିବା ସହିତ ଚୋରି ଜିନିଷ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ସୁନା ଅଳଙ୍କାର ମଧ୍ୟରେ ୭୦ ଗ୍ରାମ ଓଜନର ତିନି ଗୋଟି ସୁନା ଚେନ , ୧୦ ଗ୍ରାମ ଓଜନର ଦୁଇ ଗୋଟି ସୁନାର ମଙ୍ଗଳସୁତ୍ର , ୧୦ ଗ୍ରାମ ଓଜନର ଦୁଇଟି କାନଫୁଲ ସହିତ ଅନ୍ୟାନ୍ୟ ଗହଣା ଓ ଏକ ସ୍ମାର୍ଟ ଫୋନ ଜବତ କରାଯାଇଛି । ଏନେଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୁତି ଭୂଷଣ ଭୋଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Comments are closed.