ଆନ୍ତଃ ଜିଲ୍ଲ‍ା ବାଇକ ଚୋରୀ ରାକେଟ ପର୍ଦାଫାସ, ୧୨ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହ‍ାରାଜପୁର ପୋଲିସ ମିଳିଛି ବଡ଼ ସଫଳତା । ଆନ୍ତଃଜିଲ୍ଲା ଚୋରି ରାକେଟର ହେଇଛି ପର୍ଦାଫାସ । ପୋଲିସ ମୋଟ ୧୨ ଟି ଚୋରୀ ବାଇକ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସେଥିମଧ୍ୟରୁ ୨ ନାବାଳକ ଥିବା ସୂଚନା ମିଳିଛି । ଏହି ଚୋର ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ସହରରୁ ବାଇକ ଚୋରୀ କରି ନମ୍ବର ପ୍ଲେଟ ବଦଳାଇ କମ ଦରରେ ବିକ୍ରି କରିଥିବା ସେମାନେ ପୋଲିସ ଆଗରେ ବୟାନ ଦେଇଛନ୍ତି ।

ହିଙ୍ଗମା ଗାଁର ଉମେଶ ମାଝିଙ୍କ ଗାଡି ଚୋରୀ ଅଭିଯୋଗରେ ବୀରମହାରାଜପୁର ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ରାକେଟକୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ୨ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ନାବାଳକ ଦ୍ବୟଙ୍କୁ ଅଟକ ରଖିଥିବା ଜଣାପଡିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷି ଅଧିକ୍ଷକ ଅମରେଶ ପଣ୍ଡା, ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇ ଓ ଆଇଆଇସି ଉପସ୍ଥିତ ରହି ସୂଚନା ଦେଇଥିଲେ ।

Comments are closed.