ସଂରକ୍ଷିତ ଜଙ୍ଗଲରୁ କଲରା ପତରିଆ ବାଘର ଗଳିତ ମୃତଦେହ ଠାବ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧୀନସ୍ଥ ବାଘପାଲି ନିକଟ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ଏକ କଲରା ପତରିଆ ବାଘର ଗଳିତ ମୃତ ଦେହ ଠାବ କରିଛି ବନବିଭାଗ ।

ସୂଚନା ଅନୁସାରେ ଆଜି ଉକ୍ତ ଜଙ୍ଗଲରେ ଏକ ବାଘ ମାରି ପଡିଥିବା ସ୍ଥାନୀୟ କିଛି ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘର ମୃତଦେହକୁ ଜବତ କରିଛି l ତେବେ ବାଘର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଜନ୍ତୁ ଶିକାର ପାଇଁ ବିଛାଇଥିବା ତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି l ପାରିପାସ୍ବୀକ ପରିସ୍ଥିତି ଅନୁଧ୍ୟାନ କଲାପରେ ତିନି କିମ୍ବା ଚାରି ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଦୁର୍ଗନ୍ଧମୟ ହେଉଛି l ଏପରିକି ବାଘର ନଖ ଗୁଡିକ ଦୁର୍ବୁତ୍ତ ମାନେ କାଟି ନେଇଥିବା ବେଳେ ଘଟଣା ସ୍ଥଳରେ ଏସିଏଫ, ରେଞ୍ଜର, ବନପାଳ ପହଂଚି ତଦନ୍ତ ଆରମ୍ଭ କରିଥିଲେ l ଘଟଣା ସ୍ଥଳରେ ବାଘର ଶବ ବ୍ୟବଚ୍ଛେଦ ପରେ ପୋଡି ଦିଆ ଯାଇଥିଲା l ଏହି ଖବର ପ୍ରସାରିତ ହେବା ପରେ ଅଂଚଳରେ ଆତଙ୍କ ଖେଳିଯାଇଥିବା ବେଳେ ବାଘ ଦେଖିବା ପାଇଁ ଘଟଣା ସ୍ଥଳକୁ ଲୋକଙ୍କ ସୁଅ ଛୁଟୁଛିl

Comments are closed.