ହସ୍ପିଟାଲରରୁ ଡିସଚାର୍ଜ ହେଲେ ଅଭିନେତା ବାବୁସାନ , ଭେଟିଲେ ପତ୍ନୀ ତୃପ୍ତି

ଭୁବନେଶ୍ବର – ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଅଭିନେତା ବାବୁସାନ ମହାନ୍ତି। ଆଜି ପତ୍ନୀ ତୃପ୍ତି ଶତପଥୀ ହସ୍ପିଟାଲରେ ବାବୁସାନଙ୍କୁ ଭେଟିଥିଲେ । ଏବେ ବାବୁସାନ ସୁସ୍ଥ ଥିବା ଜଣାଯାଇଛି। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବାବୁସାନ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଆଗରୁ ସୂଚନା ମିଳିଥିଲା। ଏହି ଘଟଣା ପରେ ବାବୁସାନ୍ ଓ ତୃପ୍ତି ଏକାଠି ହେବେ ବୋଲି ଚର୍ଚ୍ଚା ହେଉଛି।

Comments are closed.