ଜୟନ୍ତୀରେ ଗୋପାଳଚନ୍ଦ୍ର ପ୍ରହରାଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ଯଶସ୍ୱୀ ସାରସ୍ୱତ ସାଧକ ତଥା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ । ଏହି ମ‌ହାନ ସାରସ୍ଵତ ସାଧକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତାଙ୍କ ରଚିତ ଓଡ଼ିଆ ପୂର୍ଣ୍ଣାଙ୍ଗ ଭାଷାକୋଷ ଏକ ଅମୂଲ୍ୟ ଏବଂ ସ୍ୱତନ୍ତ୍ର ଗ୍ରନ୍ଥ। ଓଡ଼ିଆ ଭାଷା, ସାହିତ୍ୟରେ ନିଜ କାଳଜୟୀ ରଚନା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.