ପିଏଫ୍ଆଇ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟରେ ଚଢ଼ାଉ, ୧୭୦ ଅଟକ

ନୂଆଦିଲ୍ଲୀ: ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଉପରେ ପୁଣି କାର୍ଯ୍ୟାନୁଷ୍ଠାନ ହୋଇଛି | ଦିଲ୍ଲୀର ଶାହିନ୍ ବାଗ ସମେତ ୮ଟି ରାଜ୍ୟର ପିଏଫ୍ଆଇ ଠିକଣାରେ ଚଢ଼ାଉ କରାଯାଇଛି। ସୂଚନାନୁସାରେ, କେନ୍ଦ୍ରୀୟ ଏଜେନ୍ସିରୁ ମିଳିଥିବା ଇନପୁଟ ଭିତ୍ତିରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଆସାମ, କର୍ଣ୍ଣାଟକ, ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ ୮ଟି ରାଜ୍ୟରେ ରାଜ୍ୟ ପୋଲିସ ରେଡ୍ ଜାରି ରଖିଛି । ସୂତ୍ରରୁ ପ୍ରକାଶ, ସକାଳ ୬ଟା ସୁଦ୍ଧା ୧୭୦ ପିଏଫ୍ଆଇ ସଦସ୍ୟଙ୍କୁ ଅଟକ ରଖାଯାଇଛି | ଉଲ୍ଲେଖଯୋଗ୍ୟ ଯେ ନିକଟରେ ଏନ୍ଆଇଏ-ଇଡି ପକ୍ଷରୁ ଦେଶର ୧୫ଟି ରାଜ୍ୟର ୯୬ଟି ପିଏଫ୍ଆଇ ଠିକଣାରେ ଚଢାଉ କରାଯାଇ ୧୦୦ ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଏନ୍ଆଇଏ ଦାବି କରିଛି ଯେ ଆଇଏସ୍ଆଇଏସ୍ ଭଳି ଆତଙ୍କବାଦ ସଂଗଠନ ସହ ପିଏଫ୍ଆଇର ଲିଙ୍କ ଅଛି ଏବଂ ଏହି ସଂଗଠନ ଭାରତରେ ଇସଲାମିକ ଶାସନ ସ୍ଥାପନ କରିବାକୁ ଚାହୁଁଥିଲା।

Comments are closed.