ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସମୟସୀମା ମାସେ ବଢିଲା

କଟକ – ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନେଇ ଚିନ୍ତାରେ ଥିବା ଗାଡି ମାଲିକଙ୍କୁ ଆଶ୍ବସ୍ତି । ଆଜି ସରୁଥିବା ସମୟସୀମାକୁ ଆଉ ଗୋଟିଏ ମାସ ପାଇଁ ବୃଦ୍ଧି କରାଯାଇଛି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛି ପରିବହନ ବିଭାଗ। ହାଇକୋର୍ଟରେ ଏନେଇ ମାମଲା ଚାଲିଥିବା ବେଳେ ଗୋଟିଏ ମାସ ସମୟସୀମା ବଢାଯାଇଥିବା ନେଇ ପରିବହନ ବିଭାଗ କୋର୍ଟକୁ ଜଣାଇଛି। ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୨୬ ତାରିଖରେ ହେବ ।

ସୂଚନାଯୋଗ୍ୟ ଯେ, ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି,ସେମାନଙ୍କର ନୂଆ ନମ୍ବରପ୍ଲେଟ୍ ଲଗାଇବାର ସମୟ ସୀମା ଆଜି ସରୁଥିଲା। କାଲିଠୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିବ କିନ୍ତୁ ନୂଆ ନମ୍ବର ଲାଗିନଥିବ ସେମାନେ ଫାଇନ୍‌ ଗଣିବେ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ନିଷ୍ପତ୍ତିରେ ଆଜି ପରିବର୍ତ୍ତନ କରାଯାଇ ଆଉ ମାସେ ସମୟସୀମା ବଢାଯାଇଛି । ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆଜି ଥିଲା ଡେଡଲାଇନ, ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିବ। ଭିତ୍ତିଭୂମି ବିକାଶ କରାଯିବ, ଜନ ସେବା, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବ, ଗ୍ରାମାଞ୍ଚଳରେ କ୍ୟାମ୍ପ ଆୟୋଜନ କରାଯିବ, ଅନଲାଇନ ବ୍ୟବସ୍ଥାରେ କେମିତି ସ୍ଲଟ୍ ମିଳିବ ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.