ପୁଅର ଚାପୁଡ଼ା ମାଡ଼ ନେଲା ବାପାର ଜୀବନ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଘାଂସିବିଲି ଗ୍ରାମରେ ଶୁକ୍ରବାର ଦେଖିବାକୁ ମିଳିଛି ବାପା ଓ ପୁଅ ଗଣ୍ଡଗୋଳର କରୁଣ ପରିଣତି। ପୁଅ ଅନ୍ତର୍ଯ୍ୟାମୀ ସାହୁର ଜୋରଦାର ମାଡ଼ରେ ୭୨ ବର୍ଷୀୟ ବୃଦ୍ଧ ବାପା ପ୍ରଭାକର ସାହୁଙ୍କ ଜୀବନ ଚାଲିଯାଇଛି। ପୂର୍ବରୁ ବାପା ପୁଅ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିବା ବେଳେ ଶୁକ୍ରବାର ତାହା ଚରମ ରୂପ ନେଇଥିଲା। ଅନ୍ତର୍ଯ୍ୟାମୀ ଓ ପ୍ରଭାକରଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପ୍ରଥମେ ବଚସା ହୋଇଥିଲା। ଉତକ୍ଷିପ୍ତ ଅନ୍ତର୍ଯ୍ୟାମୀ ବାପାକୁ ଜୋରରେ ମାଡ଼ ମାରିବା ଫଳରେ ପ୍ରଭାକର ଅଚେତ ହୋଇ ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଧରାକୋଟ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ତଦନ୍ତ କରିଛି।

Comments are closed.