ଆଜି ନବରାତ୍ରୀ ୭ମ ଦିନ: ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି ମା କାଳରାତ୍ରୀ

ନବରାତ୍ରୀ ପୂଜାର ୭ମ ଦିନରେ ମା’ କାଳରାତ୍ରୀଙ୍କୁ ପୂଜା କରିଥାନ୍ତି ଭକ୍ତମାନେ । ମା କାଳରାତ୍ରୀ ଅଭୟ ବରଦାନ ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହ ଅକାଳମୃତ୍ୟୁରୁ ମଧ୍ୟ ରକ୍ଷା କରିଥାନ୍ତି ଓ ଅଜ୍ଞାତ ଭୟ, ଶତ୍ରୁ ଭୟ ଓ ମାନସିକ କଷ୍ଟ ଦୂର କରିଥାନ୍ତି।

ଚାଲିଛି ମା’ ଜଗତଜନନୀଙ୍କ ନବରାତ୍ରୀ ପୂଜା । ଏହି ନବରାତ୍ରୀ ପୂଜାର ୭ମ ଦିନରେ ଦୁର୍ଗା ଙ୍କ ମା’ କାଳରାତ୍ରୀ ସ୍ୱରୂପ ର ଙ୍କୁ ପୂଜା କରାଯାଇଥାଏ। ଅସୁରଙ୍କ ସଂହାର କରିବା ପାଇଁ ମା’ ଉଗ୍ର ରୂପ ଧାରଣ କରିଥିଲେ ।

ମାନ୍ୟତା ରହିଛି ସପ୍ତମୀ ତିଥିରେ ମା’ଙ୍କୁ ବିଧି ବିଧାନ ଓ ଭକ୍ତି ଭାବରେ ପୂଜା କଲେ ମା’ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆର୍ଶୀବାଦ ଦେଇ ଥାନ୍ତି।ଏଥିପାଇଁ ମା’ଶୁଭଙ୍କରୀ ନାଁରେ ବି ପରିଚିତ । ବିଶେଷ କରି ମା’ଙ୍କ ପୂଜା ରାତିରେ କରାଯାଏ ।

ଦେବୀଭାଗବତ ପୁରାଣ ଅନୁସାର, ମା କାଳରାତ୍ରୀ ଅଭୟ ବରଦାନ ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହ ଅକାଳମୃତ୍ୟୁରୁ ମଧ୍ୟ ରକ୍ଷା କରିଥାନ୍ତି ଓ ଅଜ୍ଞାତ ଭୟ, ଶତ୍ରୁ ଭୟ ଓ ମାନସିକ କଷ୍ଟ ଦୂର କରିଥାନ୍ତି। ମା’ କାଳରାତ୍ରୀ କାଳୀ, ମହାକାଳୀ, ଭଦ୍ରକାଳୀ, ଭୈରବୀ, ରୁଦ୍ରାଣୀ, ଚଣ୍ଡି, ରୌଦ୍ରୀ ଓ ଧୁମୋରଣା, ଚାମୁଣ୍ଡାଙ୍କ ନାଁରେ ଜଣାସୁଣା ।

ଦେବୀ କାଳରାତ୍ରୀଙ୍କ ଶରୀର ଅନ୍ଧାର ପରି କଳା ବର୍ଣ୍ଣ , ମୁକୁଳା କେଶ ସାଙ୍ଗକୁ ବେକରେ ବିଜୁଳି ପରି ଚମକୁଥିବା ମାଳ।ମୁଖରେ କ୍ରୋଧର ଭାବ ଦେଖିବାକୁ ମିଳେ । ମା’ଗଧ ଉପରେ ବିରାଜମାନ କରିଥାନ୍ତି । ମା’ଙ୍କ ଡାହାଣ ହସ୍ତ ସର୍ବଦା ଉପରକୁ ଉଠି ରହିଥାଏ ଯାହାର ଅର୍ଥ ସମସ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି। ଡାହାଣ ପାଶ୍ବର ନିମ୍ନ ହସ୍ତ ଅଭୟ ମୁଦ୍ରାରେ ରହିଥାଏ ଓ ବାମ ପାଶ୍ବର ୨ ହସ୍ତରେ ଅସ୍ତ୍ର ଧରିଥାନ୍ତି । ମା’ଙ୍କ ୩ଟି ଆଖି ରହିଛି ।

ପୌରାଣିକ କଥା ଅନୁସାରେ, ଶୁମ୍ଭ-ନିଶୁମ୍ଭ ଓ ରକ୍ତବୀଜର ସଂହାର ପାଇଁ ମା ପାର୍ବତୀ ଦୁର୍ଗାଙ୍କ ରୂପ ଧାରଣା କରିଥିଲେ। ଦୁର୍ଗାଙ୍କ ରୂପରେ ଶୁମ୍ଭ- ନିଶୁମ୍ଭ ୨ ରାକ୍ଷାସର ବଧ କରିଥିଲେ । କିନ୍ତୁ ରକ୍ତବୀଜ କୁ ବଧ କଲାବେଳେ ତା’ ଶରୀରରୁ ପଡୁଥିବା ରକ୍ତ ଧରାପୃଷ୍ଠରେ ପଡି ଲକ୍ଷ ଲକ୍ଷ ରକ୍ତବୀଜ ଜନ୍ମନେଲେ । ସେତେବେଳେ ମା’ ଦୁର୍ଗା କାଳରାତ୍ରୀ ସ୍ବରୂପରେ ଆର୍ବିଭାବ ହୋଇଥିଲେ ଓ ରକ୍ତବୀଜର ବଧ କରି ତା’ର ରକ୍ତପାନ କରି ସୃଷ୍ଟିକୁ ଉଦ୍ଧାର କରିଥିଲେ ।

ମା’ଙ୍କ ଏହି ସ୍ବରୂପର ପୂଜା କଲେ ସମସ୍ତ ରିଦ୍ଧି-ସିଦ୍ଧି ପ୍ରାପ୍ତ ହୋଇଥାଏ । ମା’ଙ୍କୁ ନାଲି ପୁଷ୍ପ ଓ ଗୁଡ ଭୋଗ ଅର୍ପଣ କଲେ ମା ସନ୍ତୁଷ୍ଟ ହୋଇଥାନ୍ତି ।
ମା’ କାଳରାତ୍ରୀ ଙ୍କ ମନ୍ତ୍ର:

୧) ଯା ଦେବୀ ସର୍ବଭୁତେଷୁ ମା’ କାଳରାତ୍ରୀ ରୂପେଣ ସଂସ୍ଥିତା ।
ନମତସ୍ମୈ ନମତସ୍ମୈ ନମତସ୍ମୈ ନମୋ ନମଃ । ।

୨) ଓଁ କାଳରାତ୍ରୀ ଦେବୟା ନମଃ

ସାରା ଦେଶରେ ଥିବା ଶକ୍ତିପୀଠଗୁଡିକରେ ମା ଦୁର୍ଗାଙ୍କ ନବ ରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଆଜି ହେଉଛି ପୂଜାର ୭ମ ଦିନ । ନବରାତ୍ରୀର ୭ମ ଦିନ ମା କାଳରାତ୍ରୀଙ୍କ ପୂଜା କରାଯାଏ । ଏହି ନବରାତ୍ରୀରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ମାଙ୍କର ୯ପ୍ରକାର ପୂଜାର ବ୍ରତ ରଖିଲେ, ଭକ୍ତଙ୍କ ମନଷ୍କାମନା ପୁରଣ ହୁଏ ବୋଲି ବଶ୍ୱାସ ରହିଛି । ଏହି ପୂଜା ଜୀବନରେ ସୁଖ ସମୃଦ୍ଧି ଆଣିଦିଏ । ତେବେ ଏହି ପୂଜା କରିବାରେ ବିଭିନ୍ନ ନୀତି ନିୟମ ରହିଛି । ୯ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ମା ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ବା ଏହାକୁ ନବଦୁର୍ଗା ପୂଜା ବୋଲି ମଧ୍ୟ କୁହାଯାଏ । ମା ଦୁର୍ଗତି ନାସିନୀଙ୍କ ଏହି ୯ଟି ରୂପ ଗୁଡିକ ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚିତ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ । ପ୍ରଥମ ତିନି ଦିନରେ ମାଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଇଥାଏ । ମଝି ତିନି ଦିନରେ ମାଙ୍କୁ ଧନଧନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ୩ ଦିନରେ ମା ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରୀର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ ।

Comments are closed.