ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ମରୁନ ଅରୁନ ଅଂବୁଜ ସମ ଚରନା ।
ନଖ ଦୁତି ଭଗତ ହୃଦୟ ତମ ହରନା ॥
ଭୁଜଗ ଭୁତି ଭୁଷନ ତ୍ରିପୁରାରୀ ।
ଆନନୁ ସରଦ ଚଂଦ ଛବି ହାରୀ ॥

ଭାବାର୍ଥ :- ମହାଦେବଙ୍କ ପାଦ ଦୁଇଟି ସଦ୍ୟ ଫୁଟିଥିବା ଲାଲ ପଦ୍ମ ପାଖୁଡା ସଦୃଶ ଥିଲା ଓ ନଖ ଗୁଡିକର ଜ୍ୟୋତି ରେ ଯେପରି ସମସ୍ତ ଭକ୍ତ ମାନଙ୍କ ହୃଦୟର ଅଂଧକାରକୁ ହରଣ କରୁଥିଲା । କଣ୍ଠରେ ସାପ ଆଉ ଭସ୍ମ ହିଁ ତାଙ୍କର ଆଭୂଷଣ ଥିଲା ଆଉ ଅସୁର ତ୍ରୀପୁରାସୁରର ଶତ୍ରୁ ଶ୍ରୀଶିବଙ୍କ ମୁଖମଣ୍ଡଳ ଶରଦ ପୂର୍ଣ୍ଣିମା ର ଶୋଭାକୁ ମଧ୍ୟ ହରଣ କରି ଫିକା କରିବା ପରି ଥିଲା

Comments are closed.