ନକ୍ସଲ ଆକ୍ରମଣରେ ପ୍ରାଣ ହରାଉଥିବା ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି

ଭୁବନେଶ୍ୱର – ନକ୍ସଲ ଆକ୍ରମଣରେ ପ୍ରାଣ ହରାଉଥିବା ସାଧାରଣ ନାଗରିକ ଓ ସୁରକ୍ଷାକର୍ମୀଙ୍କ ପରିବାରଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଉଥିବା ଏଣିକି ସୁରକ୍ଷାକର୍ମୀଙ୍କ ପରିବାରକୁ ୨୦ଲକ୍ଷ ପରିବର୍ତ୍ତେ ୪୦ଲକ୍ଷ ଟଙ୍କା ଓ ସାଧାରଣ ଲୋକଙ୍କ ପରିବାରକୁ ୨ଲକ୍ଷ ପରିବର୍ତ୍ତେ ୫ଲକ୍ଷ ଟଙ୍କା ସହାୟତା ମିଳିବ ।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆତଙ୍କବାଦୀ ନିରୋଧୀ ଅପରେସନ୍ ଜାରି ରଖିବା ପାଇଁ ୮୫.୮୫କୋଟି ଟଙ୍କା ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦନ ହୋଇଛି । ୨୦୨୧-୨୨ରେ ଏହି ବଜେଟ୍ ପରିମାଣର ୫୦.୫୬କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୮୫.୮୫କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅର୍ଥରାଶି ରହିଛି ।

Comments are closed.