ଓଡିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ , ତେଜସ୍ଵିନୀ ବେହେରା ଟପ୍ପର

ଭୁବନେଶ୍ବର -ଓଡିଶା ସିଭିଲ୍‌ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତୀର୍ଣ୍ଣଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ଅଛନ୍ତି। ପ୍ରଥମ ୩ଟି ସ୍ଥାନ ଛାତ୍ରୀ ଅକ୍ତିଆର କରିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଓ ୩ ଜଣ ପୁଅ ଅଛନ୍ତି ।

ତେଜସ୍ବିନୀ ବେହେରା ଟପ୍ପର ହୋଇଛନ୍ତି। ଶୁଭଙ୍କରି ସୁଦେଷ୍ଣା ଦାଶ ଓ ଅନନ୍ୟା ସୃଷ୍ଟି ଶତପଥୀ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରିଛନ୍ତି। ଦେବବ୍ରତ କର ଚତୁର୍ଥ ଦେବବ୍ରତ ମହାରଣା ପଞ୍ଚମ, ଅଭିସ୍ମିତା ତିୱାରୀ ଷଷ୍ଠ, ଶୁଭଶ୍ରୀ ରଥ ସପ୍ତମ, ଶ୍ରୀତପା ମିଶ୍ର ଅଷ୍ଟମ, ବିବେକାନନ୍ଦ ଷଡ଼ଙ୍ଗୀ ନବମ ଓ ତପତି ରାଜ ଦଶମ ସ୍ଥାନ ପାଇଛନ୍ତି।

Comments are closed.