ରାଜ୍ୟରେ ଆଉ ୯୫ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୭ ଓ ସ୍ଥାନୀୟ ଅଞ୍ଚଳରୁ ୩୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ।

ବାଲେଶ୍ବରରୁ ୭ , ବରଗଡ଼ରୁ ୧ , ଭଦ୍ରକରୁ ୧ , ବଲାଙ୍ଗୀରରୁ ୧, କଟକରୁ ୧୦ , ଦେବଗଡ଼ରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩ , ଯାଜପୁରରୁ ୨ , କଳାହାଣ୍ଡିରୁ ୫, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୧୫ , ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୩, ନୟାଗଡରୁ ୨, ନୂଆପଡ଼ାରୁ ୩ , ପୁରୀରୁ ୫ , ସମ୍ବଲପୁରରୁ ୫ , ସୁନ୍ଦରଗଡ଼ରୁ ୧୬ ଓ ଷ୍ଟେଟପୁଲରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୫୯୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Comments are closed.