ରାଜ୍ୟରେ ଆଉ ୮୪ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ଶହେ ତଳେ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୪୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୫ ଜଣ ପଜିଟିଭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୨ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୪, ବରଗଡ଼ରୁ ୨, ବଲାଙ୍ଗୀରରୁ ୨, କଟକରୁ ୧୦ , ଯାଜପୁରରୁ ୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୬, କନ୍ଧମାଳରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୧୩, ମୟୂରଭଞ୍ଜରୁ ୨, ନୟାଗଡ଼ରୁ ୨, ନୂଆପଡ଼ାରୁ ୫, ପୁରୀରୁ ୨, ସମ୍ବଲପୁରରୁ ୧୫ , ସୁନ୍ଦରଗଡ଼ରୁ ୧୨ ଓ ଷ୍ଟେଟପୁଲରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୩୫, ୩୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩, ୨୫, ୪୪୦ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୬୨୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Comments are closed.