ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ୫୭ ହଜାରରୁ ଅଧିକ କର୍ମଚାରୀ ହେବେ ନିୟମିତ

ଭୁବନେଶ୍ୱର – ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ରାଜ୍ୟର ସବୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଚାକିରି ନିୟମିତ ହେବ । ‘ଇନିସିଆଲ ଆପଏଣ୍ଟିଜ’ ଏବେ ରାଜ୍ୟ ସରକାରଙ୍କ ନିୟମିତ କର୍ମଚାରୀ ହେବେ । ଗ୍ରୁପ ବି , ସି ଓ ଡିରେ ଆଉ ରହିବନି ଚୁକ୍ତିଭିତ୍ତିକ ନିଯୁକ୍ତି। ଠିକା ନିଯୁକ୍ତି ଉଠିଲା ପରେ ରାଜ୍ୟର ୫୭ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ । ସେମାନଙ୍କ ଚାକିରୀ ନିୟମିତ ‌ହେବ । ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ଇନକ୍ରିମେଣ୍ଟ ଲାଗୁ ହେବ ।

ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ସେମାନଙ୍କୁ ବି ଗଣନା କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଥିଲେ।

Comments are closed.