ସ୍ୱାମୀର ବନ୍ଧୁକ ଗୁଳିରେ ସ୍ତ୍ରୀ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ରାମଚନ୍ଦ୍ରପୁର ଗ୍ରାମର ମାଧବ ପାତ୍ରଙ୍କ ଦେଶୀ ବନ୍ଧୁକ ଗୁଳି ମାଡ଼ରେ ତାଙ୍କ ସ୍ତ୍ରୀ ପୈାରନ୍ଦ୍ରୀ ପାତ୍ର ଗୁରୁତର ହୋଇଛନ୍ତି। ଘରୋଇ କଳହକୁ କେନ୍ଦ୍ର କରି ବୁଧବାର ମଧ୍ୟାହ୍ନରେ ମାଧବ ପତ୍ନୀଙ୍କ ଡାହାଣ ହାତକୁ ଗୁଳି କରିଛି। ମାଧବ ପତ୍ନୀଙ୍କ ସହିତ ମଦ୍ୟପ ଅବସ୍ଥାରେ ପ୍ରାୟତଃ ଗଣ୍ଡଗୋଳ କରୁଥିଲେ। ରୁଗୁମୁଁ ଗାଁରେ ହେଉଥିବା ଯଜ୍ଞ ଦେଖିବାକୁ ଦମ୍ପତି ନାବାଳକ ପୁଅ ରାଜା ପାତ୍ର ସହ ଯାଇଥିଲେ। ହେଲେ ଫେରିବା ପରେ କୈାଣସି କଥାକୁ ନେଇ ଝଗଡ଼ା ହେବାରୁ ପୁଅ ସାମ୍ନାରେ ମାଧବ ସ୍ତ୍ରୀଙ୍କୁ ଗୁଳି କରି ପାଖ ଜଙ୍ଗଲକୁ ଖସି ପଳାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୈାରନ୍ଦ୍ରୀଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା। ମହିଳା ଜଣଙ୍କର ଅବସ୍ଥା ସ୍ଥିର ଥିବା ବେଳେ ଡାକ୍ତର ଶରୀରରୁ ଗୁଳି ବାହାର କରିବା ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି। ମାଧବ କେଉଁଠାରୁ ବନ୍ଧୁକ ଆଣିଲା ପୋଲିସ ତାହାର ତଦନ୍ତ ଆରମ୍ଭ କରିଛି।

Comments are closed.